ଭାରତ ରେ ଲକ୍ଷେ ପାର ହେଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

154

କଟକ (ଉତ୍କଳ ନ୍ୟୁଜ) ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ଅଗ୍ରସର ହେଉଛି | ଭାରତରେ ଦୈନିକ ସଂକ୍ରମଣ ହାର ୮୦ ହଜାର ରୁ ଅଧି ରହୁଛି | ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଛି | ଯାହା ଏକ ଚିନ୍ତା ଜନକ ବିଷୟ | ଏବେ ଦେଶରେ ସଂକ୍ରାମିତଙ୍କ ସଂଖ୍ୟା ୬୩ ଲକ୍ଷ ପାର କରିଛି | ଆମେରିକା ଓ ବ୍ରାଜିଲ ପରେ କରୋନା ଜନିତ ମୃତ୍ୟୁ ରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ଅଛି | କରୋନା ସଂକ୍ରାନ୍ତ ରେ ସୂଚନା ପ୍ରଦାନକାରୀ ସଂସ୍ଥା କୋଭିଡି ଇଣ୍ଡିଆ ଡ଼ଟ ଓଆରଜି ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୩୭,୪୮୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ତଳକୁ ତାମିଲନାଡୁ ରାଜ୍ୟ ରହିଛି | ଏବେ ପର୍ଯ୍ୟନ୍ତ କୌଣସି ଟୀକା ନାସିବାରୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି |