ସୀମାରେ ପୁଣି ପାକିସ୍ତାନ ର ଗୁଳିବର୍ଷଣ, ୩ ଯବାନ ସହିଦ ଓ ୪ ଆହତ

133

କଟକ (ଉତ୍କଳ ନ୍ୟୁଜ) ପାକିସ୍ତାନ ପକ୍ଷରୁ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି | ଜାମ୍ମୁ -କାଶ୍ମୀର ର ପୁଂଚ ଓ କୂପୱାରା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ର ପ୍ରବଳ ଗୁଳିଗୋଳା ବର୍ଶଣ ଯୋଗୁ ୩ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ଘଟିବ ସହ ୪ ଜଣ ଆହତ ମଧ୍ୟ ହୋଇଛନ୍ତି | ଭାରତୀୟ ସେନା ମଧ୍ୟ ପାକିସ୍ତାନ କୁ ଦୃଢ ଜବାବ ଦେଇଛି | ସୂଚନା ଅନୁସାରେ ଗତକାଲି ରାତିରେ ପାକିସ୍ତାନ ପୁଂଚ ସେକ୍ଟରରେ ନିୟନ୍ତ୍ରଣ ରେ ଥିବା ଭଟାରିଏ ସେନା ପୋଷ୍ଟ କୁ ଟାର୍ଗେଟ କରି ପ୍ରବଳ ଗୁଳି ଚାଳନା କରିଥିଲା |