ଦେଶରେ ୬୫ ଲକ୍ଷ କରୋନା ସଂକ୍ରାମିତଙ୍କ ସଂଖ୍ୟା, ୫୨ ଲକ୍ଷ ସୁସ୍ଥ

136

କଟକ (ଉତ୍କଳ ନ୍ୟୁଜ) ଦେଶରେ କରୋନା ମହାମାରୀ ଥମିବାରେ ନାଁ ଧରୁନାହିଁ | ଦେଶରେ କରୋନା ସଂକ୍ରମଣ ଶୀର୍ଷ ରେ ଅଛି | ପ୍ରତ୍ୟେକ ଦିନ ୮୫ ହଜାର ରୁ ଉର୍ଦ୍ଧ ଲୋକ ସଂକ୍ରମିତ ହେଉଛନ୍ତି | ଦେଶରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା ୬୩ ଲକ୍ଷ ଅତିକ୍ରମ କରିଛି | ଏମାନଙ୍କ ମଧ୍ୟରୁ ୫୨ ଲଖା ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ମୁତାବିକ, ଗୋଟିଏ ଦିନରେ ୮୬,୮୨୧ ନୂଆ ମାମଲା ସାମ୍ନାକୁ ଆସିଛି | ହେଲେ ଦେଶରେ ସୁସ୍ଥଙ୍କ ସଂଖ୍ୟା ଆଶ୍ବସ୍ତିଜନକ ରହିଛି | ହାତ ୨୪ ଘଂଟାରେ ୮୫,୩୭୬ ଜଣ କରୋନା ସଂକ୍ରମଣ ରୁ ମୁକ୍ତ ହୋଇଛନ୍ତି |