ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ |

131

କଟକ (ଉତ୍କଳ ନ୍ୟୁଜ) ଦେଶର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ରିପୋର୍ଟ ଟି ପଜିଟିଭ ଆସିଛି | ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ | ଡାକ୍ତର ତାଙ୍କୁ ହୋମ କ୍ଵାରେଣ୍ଟାଇନ ରେ ରହିବାକୁ ପରାମର୍ଶ ଦେଇଛନ୍ତି | ସେହିଭଳି ତାଙ୍କ ପତ୍ନୀ ଉଷା ନାଇଡୁ ଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି | ତଥାପି ତାଙ୍କ ପତ୍ନୀ ଆଇସୋଲେସନ ରେ ଅଛନ୍ତି | ଶ୍ରୀ ନାଇଡୁ ଟୁଇଟ କରୁ ଏହି ସୂଚନା ଦେଇଛନ୍ତି |