ଭୂତ ଖାଉଛି ରାସନକାର୍ଡ ସାମଗ୍ରୀ।

241

ରାଜ୍ୟରେ କେହି ଭୋକ ଉପାସରେ ଅନାହାର ରେ ନରିବା ପାଇଁ ସରକାର ଗରିବ ଗୁରୁବା ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନା ହେଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥାଇ ମୃତ୍ୟୁ ବରଣ କରିଥିବା ବେଳେ ଦିର୍ଘ ବର୍ଷ ହେବ ସେମାନଙ୍କ ଖାଦ୍ୟ ସୁରକ୍ଷା ରୁ ନାମ କଟିନାହିଁ ସେମାନଙ୍କ ନାମରେ ରାସନ ସାମଗ୍ରୀ ଉଠୁଛି ହେଲେ ସେଗୁଡ଼ିକ ଭୁତ ଖାଉଛି ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହ ପୁର ଗ୍ରାମପଞ୍ଚାୟତରେ ଆସନ୍ତୁ ଦେଖିବା ଏହି ରିପୋର୍ଟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହପୁର ଗ୍ରାମପଞ୍ଚାୟତରେ ଖାଉଟି ସାମଗ୍ରୀ ଭୂତ ଖାଉଥିବା ସୂଚନା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଛି।ଦିର୍ଘ ଦିନ ହେବ ଉକ୍ତ ଗ୍ରାମପଞ୍ଚାୟତର କେତେକ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ରାସନ ସାମଗ୍ରୀ ଭୂତ ଖାଉଛି।ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇଥିବା ବେଳେ ଥିଲା ବାଲା ଦୁଇମହଲା କୋଠାଘର ଥିବା ଲୋକ ଏବଂ ଚାରିଚକିଆଥିବା ଲୋକ ରାସନ କାର୍ଡ ହାତେଇ ନେଇଛନ୍ତି। ଏହି ଦୁର୍ନୀତି ରେ ସଂପୃକ୍ତ ତଳୁ ଉପର ପର୍ଯ୍ୟନ୍ତ ସରକାରୀ ବାବୁ ଓ ରାଜନେତା।ସରକାର ଗରୀବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରି ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଏଠାରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ହରିଲୁଟ ଚାଲିଛି।ଅଭିଯୋଗ କଲାପରେ ମଧ୍ୟ କୈ।ଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।