ନୂଆ କୃଷି ବିଲ କୁ ଅନୁମୋଦନ ଦେଲେ ରାଷ୍ଟ୍ରପତି

142

କଟକ (ଉତ୍କଳ ନ୍ୟୁଜ) ନିକଟରେ ସଂସଦ ର ଉଭୟ ସଦନରେ ଗୃହୀତ ହୋଇଥିବା ୩ଟି କୃଷି ବିଲ କୁ ବିରୋଧ କରି ଦେଶରେ ବିଭନ୍ନ ସ୍ଥାନରେ ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଥିଲା | ଏହା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ୩ଟି ବିଲ୍କୁ ମଞ୍ଜୁରୀ ଦେଇଛନ୍ତି | ଏହି ୩ ଟି ବିଲ ଉପରେ ରାଷ୍ଟ୍ରପତି ଦସ୍ତଖତ କରିଥିବାରୁ ଏବେ ଏହା ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଇନରେ ପରିଣତ ହୋଇଛି | ଆଇନ ରେ ପରିଣତ ହୋଇଥିବା ୩ ଟି ବିଲ ହେଲା ଚାଷୀ ନ୍କ ବାଣିଜ୍ୟ ଓ ବ୍ୟବସାୟୀ (ଉନ୍ନତି ଓ ସୁଗମତା ) ବିଲ ୨୦୨୦, ଚାଷୀ ମୂଲ୍ୟ ପ୍ରତିଶୃତି ଉପରେ କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ ବିଲ ୨୦୨୦ |