ଜାତି ସଙ୍ଘ କୁ ସମ୍ବୋଧନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

140

କଟକ (ଉତ୍କଳ ନ୍ୟୁଜ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ପରିଷଦ ର ୭୫ ତମ ଅଧିବେଶନକୁ ଭରଚୁଆଲ ଫ୍ଲାଟଫର୍ମ ରେ ୨୨ ମିନିଟ ଧରି ସମ୍ବୋଧିନ କରିଥିଲେ | ସେ ହିନ୍ଦୀରେ ଉଦ୍ବୋଧନ ଦେଇ କହିଥିଲେ ଯେ ଭାରତ ସବୁବେଳେ ବିଶ୍ୱ ହିତ ଲାଗି କାମ କରିଆସୁଛି | ଭାରତ କେବେ ଜାତିସଂଘ ସୁରକ୍ଷା ପରିଷଦ ରେ ସ୍ଥାୟୀ ସଦସ୍ୟ ହେବ, ଏହି ପ୍ରଶ୍ନ ମୋଦି ଆଜି ଜାତି ସଂଘ କୁ ପଚାରିଥିଲେ | ସେ କହିଥିଲେ ଆମକୁ ଆଉ କେତଦିନ ଅପେକ୍ଷା କରିବାକୁ ପଡିବ ବୋଲି ମୋଦି ପଚାରିଥିଲେ | ମୋଦି କରୋନା ମହାମାରୀ ଓ ଭାରତ ର ଔଷଧ ପ୍ରସ୍ତୁତି ସମ୍ପର୍କରେ କହିଥିଲେ | ସାରା ବିଶ୍ୱ କୁ ଭାରତ ଔଷଧ ଏବେ ଉପଲବ୍ଧ ଓ ଏଥିରୁ ବିଶ୍ୱବାସୀ ଅନେକ ଲାଭ ଉଠାଇଛନ୍ତି | ଭାରତ ସର୍ବଦା ସହଯୋଗ ର ହାଥ ବଢାଇଆସୁଛି |