ଭାରତ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୮ ଲକ୍ଷ ପାର

131

କଟକ (ଉତ୍କଳ ନ୍ୟୁଜ) ଦେଶରେ କରୋନା ମହାମରୀ ଦ୍ରୁତ ଗତିରେ ତାର କାୟା ବିସ୍ତାର କରୁଛି | ଏହି ସଂକ୍ରମଣ କୁ କିପରି ରୋକାଯାଇପାରିବ ତାର ବାଟ ମିଳୁନାହିଁ | କରୋନା ଯୋଗୁ ସାରା ବିଶ୍ୱ ନର୍କ ପରି ଲାଗୁଛି | ଭାରତରେ କରୋନା ବହୁତ କ୍ଷିପ୍ର ଗତିରେ ଆଗକୁ ବଢୁଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶୁକ୍ରବାର ଜାରି କରିଥିବା ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ରେ ୮୬,୦୫୨ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଶୁକ୍ରବାର ସୁଦ୍ଧା ମୋଟ ସଂକ୍ରାମିତଙ୍କ ସଂଖ୍ୟା ୫୮,୧୮,୫୭୦ ରେ ପହଂଚିଛି | ଏମାନଙ୍କ ମଧ୍ୟରୁ ୪୭,୫୬,୧୬୪ ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇସାରିଲେଣି |