ଜଗତପୁର ଆଇବି ରୋଡ଼ ରୁ ପୁଣି ଧରା ହେଲା ନକଲି ଟମାଟୋ ଓ ଚି଼ଲ୍ଲୀ ସସ କାରଖାନା |

986

ଶନିବାର ତା ୨୬/୦୯/୨୦୨୦ ରିଖ ସକାଳୁ ଜଗତପୁର ଥାନା ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଆଇ ବି ରୋଡ଼ ର ଅଳକାରାଣୀ ଭିଲା କୁ ଭଡା ସୂତ୍ର ରେ ନେଇ ଚାଲିଥିବା ନକଲି ସସ କାରଖାନା କୁ ଆଜି ସକାଳୁ ଜବତ କରିବା ସହ ବିପୁଳ ପରିମାଣ ର ଟମାଟୋ ଓ ଚିଲି ସସ ଜବତ କରିଛି |ଏହା ସହ ସସ ତିଆରି କରିବା ପାଇ ବ୍ୟବହୃତ ହଉଥିବା କଞ୍ଚାମାଲ,ମେସିନ,ବୋତଲ ଇତ୍ୟାଦି କୁ ମଧ୍ୟ ଜବତ କରିଛି |ପ୍ରାଥମିକ ତଦନ୍ତ ରୁ ଏହି କାରଖାନା ର କୌଣସି କାଗଜ ପତ୍ର ନଥିବା ଓ ଲାଇସେନ୍ସ ନଥିବା ଜଣା ପଡିଛି ଏହା ବ୍ୟତୀତ ସସ ଗୁଡିକୁ ଠିକ ପ୍ରଣାଳୀ ରେ ତିଆରି କରା ନ ଯାଇ ଆଳୁ, କଖାରୁ ,ଶାଗ ,ଏକ୍ସପ୍ୟାରୀ ଡେଟ ନଥିବା କେମିକାଲ ମିଶାଯାଇ ତିଆରି କରାଯାଉଥିଲା | ଏହି ସସ ବୋତଲ ଗୁଡିକୁ ସ୍ଥାନୀୟ ତଥା କଟକ ଅଂଚଳ ରେ ବିକ୍ରି ପାଇଁ ପଠା ଯାଉଥିଲା | ବିଶେଷ କରି ରାସ୍ତା କଡରେ ବିକ୍ରି କରୁଥିବା ଗୁପଚୁପ ଓ ଚାଟ ଦୋକାନୀ ମାନେ ଏହାକୁ ବ୍ୟବବାହାର କରୁଥିଲେ |ଜଗତପୁର ଥାନା ପୋଲିସ ସସ ପାଇଁ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ପଦାର୍ଥ ଗୁଡିକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି | କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନିଉଜ|