ଦେଶରେ ୨୪ ଘଂଟାରେ ୮୩,୩୪୭ କରୋନା ଆକ୍ରାନ୍ତ

148

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ମହାମାରୀ ଦ୍ରୁତଗତିରେ ତାର କାୟା ବିସ୍ତାର କରିଚାଲିଛି | ବୁଧବାର ସୁଦ୍ଧା ଭାରତରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୫୬ଲକ୍ଷ ଅତିକ୍ରମ କରିଛି | ଦିନ କୁ ଦିନ ସଂକ୍ରମଣ ର ମାତ୍ର ହୁ ହୁ ହୋଇ ବଢିଚାଲିଛି | ଗତ କିଛି ଦିନ ମଧ୍ୟରେ ଦୈନିକକ ୯୦ ହଜାର ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ | ଗତ ୨୪ ଘଣ୍ଟା ରେ ଦେଶରେ ୮୩,୩୪୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୯,୭୪୬ ଜଣ ବ୍ୟକ୍ତି କରୋନା ହରାଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ୮୩,୩୪୭ ନୂଆ ରୋଗୀ ଯୋଡି ହେବ ସହ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୫୬,୪୬,୦୧୦ରେ ପହଞ୍ଚିଛି |