ଆମେରିକା ରେ କରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ପାର |

141

କଟକ (ଉତ୍କଳ ନ୍ୟୁଜ) ଆମେରିକା ରେ କରୋନା ମହାମାରୀ ତାର ପ୍ରଭାବ ଅଧିକ ମାତ୍ରାରେ ଦେଖାଇଛି | ଆମେରିକା ରେ କରୋନା ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢିଚାଲିଛି | ବିଶ୍ୱ ରେ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ଆମେରିକା | ବୁଧବାର ସକାଳ ସୁଦ୍ଧା ଆମେରିକାରେ ମୃତ୍ୟୁ ସଂଖ୍ୟା ୨,୦୫,୫୦୩ ରହିଛି | ପୁରା ବିଶ୍ୱରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ | ଆମେରିକା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୭୦ଲକ୍ଷ ୯୮ହଜାର ୭୬୭ ରହିଛି | ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଜାତିସଂଘ ଅଧିବେଶନ କୁ ସମ୍ବୋଧନ କରି କରୋନା ସଂକ୍ରମଣ ପାଈଁ ଚୀନ କୁ ଦାୟୀ କରିଛନ୍ତି |