ମଙ୍ଗୁଳିରୁ ସ୍କୋର୍ପିଓ ଗାଡି ସହ ୬୩ କିଳା ଗଞ୍ଜେଇ ଜବଦ ୩ ଗିରଫ |

255

କଟକ(ଉତ୍କଳ ନିଉଜ) ଆଜି ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା |ବିଶେଷ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ର ଫ୍ଲାୟିଙ୍ଗ ସ୍କ୍ୱାର୍ଡ ପକ୍ଷରୁ ମଙ୍ଗୁଳି ଛକ ନିକଟରେ ଚଢ଼ାଉ କରାଯାଇଥିଲା |ଏକ ସ୍କର୍ପିଓ ଗାଡି ସହ ଗାଡ଼ିରେ ଚାଲାଣ କରାଯାଉଥିବା ୬୩ କେଜି ଗଞ୍ଜେଇ ଜବତ କରିବା ସହ ଏହି କାରବାର ରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖିଛି |ସେମାନେ ହେଲେ କୁଜଙ୍ଗ ଥାନା କାଠିଆ ସାହି ର ସୁବାଷ ଚନ୍ଦ୍ର ସାହୁ ,ବାଙ୍କୀ ର ବିଶ୍ୱନାଥ ସୁତାର ଓ ଗୁଆଖିଆ ଥାନା ଅନ୍ତର୍ଗତ ଅଜୟ କୁମାର ସାହୁ |ଉକ୍ତ ଚଢ଼ଉ ରେ ଅବକାରୀ ଉପ ଅଧିକ୍ଷକ ଦି.କେ.ପଲେଇ ଙ୍କ ନେତୃତ୍ୱ ରେ ଏକ ଟିମ ମଙ୍ଗୁଳି ରୁ ଗଞ୍ଜେଇ ଗାଡି କୁ ଜବତ କରିଛନ୍ତି |