ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ଦୃବୁତ ମାନେ ପୋଡି ଦେଲେ ଘର

167

ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତ ର ଦିଅପାଳ ଗ୍ରାମ ରେ ଅଭାବନୀୟ ଘଟଣା । ଗତ ତା ୧୯ ତାରିଖ ରାତି ରେ ପୂର୍ବ ସତ୍ରୂତାକୁ କେନ୍ଦ୍ରକରି ଦିଗପାଳ ଗ୍ରାମ ର ଆନନ୍ଦ ଦଳେଇ ଙ୍କ ଘରେ ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ଦ୍ୱାରା ଘର ର ସମସ୍ତ ଆସବାସ ପତ୍ର ଓ ଝିଅ ବିଭାଘର ପାଇଁ ଘରେ ରଖିଥିବା ସୁନା ଗହଣା ଟଙ୍କା ସବୁ ନିଆଁରେ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିଲା । ଏହାକୁ ନେଇ ଟମକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଟମକା ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ . ଅଭିଯୁକ୍ତ ମାନେ ଖୁଲମ ଖୁଲା ବୁଲୁଛନ୍ତି । ରାତିରେ ଅଭିଯୋଗ କାରୀ ଙ୍କ ପରିବାର ଉପରକୁ ଟେକା ପଥର ମାରିବା ସହ ଧମକ ଚମକ ଦେଉଥିବା କହିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗ କାରି ଆନନ୍ଦ ଦଳେଇ ଓ ତାଙ୍କ ସମ୍ପର୍କୀୟ ମାନେ । ଯଥାଶୀଘ୍ର ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଅଭିଯୋଗ କାରୀ । ଯାଜପୁର ରୁ ଜନ୍ମଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |