ଯୁବତୀକୁ ସମ୍ପର୍କୀୟ କାକା କଲେ ଦୁଷ୍କର୍ମ

170

ନୂଆପଡା ଜ଼ିଲ୍ଲା ଖରିଆର ଥାନା ବହଳପଦର ଗାଁ ର ଜଣେ ଯୁବତୀ ଙ୍କୁ ସେହିଗାଁ ର ସମ୍ପକୀୟ କାକା କେଦାର ଠେଲା ଉଠାଇ ନେଇ ଦୁଷ୍କର୍ମ କରିଥିବା ନେଇ ଖରିଆର ଥାନାରେ ଯୁବତୀ ଏତଲା ଦିଆଯାଇଛି | ସୂଚନା ମତେ ଯୁବତୀ ଜଣଙ୍କ ଗାଁ ର ଜଣେ ସମ୍ପର୍କୀୟ ଙ୍କ ପୁଅ ର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ରୋଷେଇ କାର୍ଯ୍ୟରେ ସହଯାଗ କରି ରାତ୍ର 8ଟା ସମୟରେ ବାରିପଛ ଙ୍କୁ ପାଣି ଫିଙ୍ଗି ବାକୁ ନେବା ସମୟରେ ଅଭିଯୁକ୍ତ ଛପିରହି ଯୁବତୀ ଙ୍କୁ ଜୋରଜବରଦସ୍ତ ପାଟି କୁ ଚାପିଧରି ସ୍ଥାନୀୟ ବୁଦା ପାଖକୁ ଟେକି ଧରି ଦୁଷ୍କର୍ମ କରିଥିଲା | ପରେ ପରିବାର ଲୋକେ ଝିଅ ଙ୍କୁ ନ ଦେଖି ଖୋଜାଖୋଜି କରିବାରୁ ବୁଦା ପାଖରେ ଝିଅ ଙ୍କୁ ଚାପି ରଖିଥିବା ଦେଖିବାକୁ ପାଇଁ ଦୁଇଜଣଙ୍କୁ ଧରି ଆଣି ଗାଁ ରେ ପଞ୍ଚ କରି ସମାଧାନ କରି ବାକୁ ସଭା ଡାକିଥିଲେ | ହେଲେ ଗାଁ ରେ ସମାଧାନ ନହେବାରୁ ଖରିଆର ଥାନାରେ ଝିଅ ପକ୍ଷରୁ ଏତଲା ଦିଆଯାଇଥିଲା| ଖରିଆର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି, ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରିପାରି ନାହିଁ | ଖୁବ ଶୀଘ୍ର ଅଭିଯୁକ୍ତ ଙ୍କୁ ଧରା ଯିବ ବୋଲି ନୂଆପଡା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରକାଶ କରିଥିଲେ | ନୂଆପଡା ରୁ ରୁଦ୍ରରାଜ ବାଗ ଙ୍କ ରିପୋର୍ଟ ଉତ୍କଳ ନିଉଜ |