ଟାଙ୍ଗି ମଙ୍ଗୁଳି ଛକ ଫାଣ୍ଡି ନିକଟରେ ଥଣ୍ଡା ପିଆଇ ସର୍ବସ୍ୱ ଲୁଟି ବ୍ୟକ୍ତି ଜଣଙ୍କୁ ଫୋପାଡ଼ି ଚାଲିଗଲେ |

334

କଟକ(ଉତ୍କଳ ନିଉଜ) ଚୌଦ୍ଵାର ମଙ୍ଗୁଳି ଛକରେ ଥିବା ଓଭର ବ୍ରିଜ ଉପରେ ଦୀର୍ଘ ୧୫ ଘଣ୍ଟା ମୃତବତ ପଡି ରହିଲେ ବ୍ୟକ୍ତି ଜଣକ । ଆଜି ସକାଳୁ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଏ ନେଇ ୧୦୦ ମିଟର ଦୂରରେ ଥିବା ଟାଙ୍ଗି ଥାନା ଫାଣ୍ଡି ରେ ଖବର ଦେଇଥିଲେ । ତେବେ ଫାଣ୍ଡି ଦାୟିତ୍ୱରେ ଥିବା ହାବିଲଦାର କାର୍ଯ୍ୟ ଅଛି ବୋଲି କହି ଘଟଣା କୁ ଏଡେଇ ଯାଇଥିଲେ | ଘଟଣା ଅନୁଯାୟୀ ବ୍ୟକ୍ତିର କହିବା ଅନୁଯାୟି ତାର ନାମ ଉତ୍ସବ ପାଗଳ |ସେ ଯାଜପୁର ଜିଲ୍ଲା ମାଧପୁର ,କୋଦଣ୍ଡ ପୁର ଗ୍ରାମର ମାର୍କଣ୍ଡ ପାଗଳ ର ପୁଅ ।ଗତକାଲି ଶନିବାର ସନ୍ଧ୍ୟା ୮ ଘଟିକା ରେ ଭୁବନେଶ୍ୱର ମଞ୍ଚେଶ୍ୱରର ଏକ ଘରୋଇ କମ୍ପାନୀରୁ କାମ ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ମଙ୍ଗୁଳି ଛକରେ ଅଟୋ ଚାଳକ ତାଙ୍କୁ ଥଣ୍ଡା ରେ ନିଶା ବଟିକା ପିଇବାକୁ ଦେଇ ତାଙ୍କ ପାଖରେ ଥିବା ୮ ହଜାର ୭୦୦ ଟଙ୍କା ସହ ମୋବାଇଲ ଟିକୁ ନେଇ ତାଙ୍କୁ ଓଭର ବ୍ରିଜରେ ଶୁଆଇ ଦେଇ ଚାଲିଯାଇଥିଲା । ମାତ୍ର ୧୦୦ ମିଟର ଦୂରରେ ଫାଣ୍ଡି ଥାଇ ମଧ୍ୟ ୧୫ ଘଣ୍ଟାପରେ ମଧ୍ୟ ଘଟଣା ବିଷୟରେ ଜାଣିପାରି ନଥିଲେ | ସ୍ଥାନୀୟ ଲୋକ ଉକ୍ତ ବ୍ୟକ୍ତି ବିଷୟରେ ଫାଣ୍ଡି ରେ ଅବଗତ କଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା |ପରେ ଦିନ ପ୍ରାୟ ୧୨ ଟାରେ ବଜ଼ାରର କିଛି ସହୃଦୟ ବ୍ୟକ୍ତି ଉକ୍ତ ବ୍ୟକ୍ତି କୁ ଉଠାଇ ତା ପାକେଟ ରେ ଥିବା ଆଧାର କାର୍ଡ ରୁ ତାର ପରିଚୟ ଜାଣିବା ସହ ତାର ଘର ଲୋକଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରି ସମସ୍ତ ବିଷୟ ଜଣାଇଥିଲେ। ଲୋକଟିକୁ ଟିକେ ସୁସ୍ଥ କଲା ପରେ ତାକୁ ନେଇ ଫାଣ୍ଡି ରେ ଛାଡିଥିଲେ |କିଛି ଘଣ୍ଟା ପରେ ବ୍ୟକ୍ତି ଙ୍କର ଘର ଲୋକ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ | କରୋନା ସମୟରେ ମଙ୍ଗୁଳି ଛକରେ ଚୋରା କାରବାର ର ପେଣ୍ଠ ସ୍ଥଳ ପଲଟିଥିବା ବେଳେ ଲୁଟେରାଙ୍କ ଚରା ଭୁଇଁ ପାଲଟିଛି । ବାରମ୍ବାର ଏପରି ଘଟୁଥିଲେ ମଧ୍ୟ ଟାଙ୍ଗି ଥାନା ପୋଲିସର ନୀରବତା ସାଧାରଣରେ ପ୍ରଶ୍ନବାଚୀ ଉଠିଛି ।