ଫେଲୁଦା ଟେଷ୍ଟିଙ୍ଗ କିଟ କୁ ଡ଼ିସିଜିଆଇ ର ଅନୁମତି |

149

କଟକ (ଉତ୍କଳ ନ୍ୟୁଜ) କରୋନା ମହାମାରୀ ର ମୁକାବିଲା ପାଇଁ ଭାରତ ଆଉ ପାଦେ ଆଗକୁ ବଢିଛି | ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆରଆଇଏସପିଆର ତିଷ୍ଟିଙ୍ଗ କିଟ ଫେଲୁଦା କୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡ଼ିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି | ଖୁବଶୀଘ୍ର ଦଶରେ ଏହାର ବ୍ୟବହାର ଆରମ୍ଭ ହେବ | ଏହି କିଟ ଆରଟି-ପିସିଆର ପରୀକ୍ଷା ଭଳି ସଠିକ ନମୁନା ଯାଞ୍ଚ କରୁଥିବା ଜଣାପଡିଛି | କିନ୍ତୁ ଏହା ଆରଟି-ପିସିଆର ୭ ତୁଳନା ରେ ଅପେକ୍ଷାକୃତ କଂ ଖର୍ଚ୍ଚ ରେ ଏବଂ କଂ ସମୟରେ ଫଳାଫଳ ଦେଉଛି | ସୂଚନା ମୁତାବକ, ମାତ୍ର ୧୦୦ ଦିନର ଅକ୍ଲାନ୍ତ ପରିଶ୍ରମରେ ଭାରତୀୟ ବୈଜ୍ଞାନିକମାନେ ଏହି ପରୀକ୍ଷା ପଦ୍ଧତି ଉଦ୍ଭାବନ କରିଛନ୍ତି |