ଜୁଆ ଖେଳକୁ କେନ୍ଦ୍ରକରି ୨ ଗୋଷ୍ଠୀ ଙ୍କ ମଧ୍ୟରେ ଝଗଡା

185

କଟକ(ଉତ୍କଳ ନ୍ୟୂଜ଼) ଜୁଆ ଖେଳକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ଓ ପରେ ମାରପିଟ ହେବ ଘଟଣାରେ ଲାଲବାଗ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି | ଅଭିଯୁକ୍ତମାନେ ହେଲେ ମହିଦାସ ବଜାରର ଗଣେଶ ନାଇଡୁ, ଓଡ଼ିଆବଜାରର ସେକ ମୟସୁର, ସେକ ମନସୁର ଓ ସେକ ଅସରଫ | ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଗତକଲି ଦରଘାବଜାର ଅଞ୍ଚଳରେ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ସେଠାରେ ଚଢ଼ଉ କରିବାରୁ ଖେଳୁଥିବା ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ | ମାତ୍ର ପୋଲିସ ସେଠାରେ ଜୁଆ ଖେଳୁଥିବା ୪ ଜଣକୁ ଧରିନେଇଥିଲେ | ତେଣୁ ସେମାନେ ଗଣେଶ ନାଇଡୁ ଉପରେ ରାଗ ସୁଝେଇବା ପାଇଁ ଯୋଜନା କଲେ | ଗତକାଲି ରାତିରେ ଓଡ଼ିଆବଜାର ପ୍ରାୟ ୭ ଜଣ ଯୁବକ ଏକାଠି ହୋଇ ମହିଦାସ ବଜାରକୁ ଯାଇ ଗଣେଶକୁ ତା ଘରୁ ଉଠାଇ ଆଣି ବାଟରେ ଛେଚିଥିଲେ | ପରେ ଛାଡି ଦେଇଥିଲେ ଗଣେଶ ଲାଲବାଗ ଥାନାକୁ ଆସି ଅଭିଯୋଗ କରିଥିଲେ | ଫଳରେ ପୋଲିସ ଓଡ଼ିଆବଜାର ଚଢ଼ଉ କରି ୩ ଗିରଫ କରିଥିଲେ | ଏହି ୩ ଜଣ ପାଲଟା ଅଭିଯୋଗ କରିଥିଲେ କି ଗଣେଶ ମଧ୍ୟ ତାଙ୍କୁ ମାରିଛନ୍ତି | ତେଣୁ ପୋଲିସ ୪ ଜଣଙ୍କୁ ଗିରଫ କରିଛନ୍ତି |