କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତ ଗଳିଆ ଛନ୍ଦା ଗାଁ ରେ ଅଭାବନୀୟ ଘଟଣା । ସାନଭାଇ ର କୋଦାଳ ଛୋଟ ରେ ବଡ଼ଭାଇ ମୃତ ।

439

କଳିଙ୍ଗନଗର ଦାନଗଦି ବ୍ଲକ ଅନ୍ତର୍ଗତ ଗଳିଆ ଛନ୍ଦା ଗାଁ ରେ ଅଭାବନୀୟ ଘଟଣା । ସାନଭାଇ ର କୋଦାଳ ଛୋଟ ରେ ବଡ଼ଭାଇ ମୃତ ।ସୂଚନାଯୋଗ୍ୟ ଗଲାକାଲି ସନ୍ଧ୍ୟା ୭ ବେଳେ ମୃତ ଉତ୍ତମ ନାୟକ ମିସ୍ତ୍ରୀକାମ ସାରି ଘରକୁ ଫେରିବା ସମୟରେ ସାନଭାଇ ଶ୍ରୀଧର ଙ୍କ ସହିତ ଯୁକ୍ତିତର୍କ ଓ ଠେଲାପେଲା ଆରମ୍ଭ ହୋଇଥିଲା । ପାଖରେ ପଡିରହିଥିବା ଏକ କୋଦାଳ ରେ ସାନଭାଇ ଶ୍ରୀଧର ବଡ଼ଭାଇ ଉତ୍ତମ ଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ ଯାହାଫଳରେ ପାଖରେ ଥିବା ଏକ କୂଅ ଭିତରକୁ ବଡ଼ଭାଇ ଉତ୍ତମ ଗଳି ପଡ଼ିଥିଲେ । ସଂଗେ ସଂଗେ ପରିବାର ଲୋକେ ତାଙ୍କୁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ଟାଉନ ଜିଲ୍ଲା ହସ୍ପିଟାଲ କୁ ନେଇଯାଇଥିଲେ । ସେଠି ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ SCB କୁ ରେଫର କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଉତ୍ତମ ଙ୍କ ସ୍ତ୍ରୀ ଶ୍ରୀମତୀ ସାରଦା ନାୟକ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳ ରେ ଯାଜପୁର ରୋଡ ପୋଲିସ ପହଞ୍ଚି ଅଭିଯୁକ୍ତ ଶ୍ରୀଧର ନାୟକ କୁ ଗିରଫ କରିଛି ଓ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ମାମଲା ର ତଦନ୍ତ ଆରମ୍ଭ କରିଛି । ଯାଜପୁର ରୁ ଜନ୍ମଜୟ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |