ଅଟଳ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହେଲା, ୧୦ ବର୍ଷ ସମୟ ଲାଗିଲା

136

କଟକ (ଉତ୍କଳ ନ୍ୟୁଜ) ମନାଲିକୁ ଲେହ ସହ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ ରାଜପଥ ଟନେଲ ଅଟଳ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି | ଏହି କାର୍ଯ୍ୟ କୁ ଶେଷ କରିବାକୁ ୧୦ ବର୍ଷ ସମୟ ଲାଗିଲା | ୧୦ ହଜାର ଫୁଟ ଉଚ୍ଚତାରେ ରହିଛି ଏହି ଟନେଲ | ଏହାର ନିର୍ମାଣ ଫଳରେ ମନାଲି ଓ ଲେହ ମଧ୍ୟରେ ୪୬କି.ମି. ଦୂରତା ଏବଂ ପ୍ରାୟ 4 ଘଣ୍ଟା ର ଯାତ୍ରା ହ୍ରାସ ପାଇବ ବୋଲି ଏହି ପ୍ରକଳ୍ପ ର ମୁଖ୍ୟ ଯନ୍ତ୍ରୀ କେ. ପି. ପୁରୁଷୋତ୍ତମନ କହିଛନ୍ତି | ଟନେଲ ଲମ୍ବ ୮.୮ କିମି ଏବଂ ପ୍ରସ୍ଥ ୧୦.୫ ମିଟର ରହିଥିଲା ବେଳେ ଉଭୟ କଡ଼ରେ ୧ ମିଟର ଲେଖାଁଏ ଫୁଟପାଥ ରହିଛି | ଟନେଲ ଭିତରେ ପ୍ରତି ୬୦ ମିଟର ବ୍ୟବଧାନରେ ଜରୁରୀ ପ୍ରସ୍ଥାନ ପଥ ରହିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ ଲାଗି ଆସନ୍ତା ୨୫ ତାରିଖରେ ମନାଲି ଆସିବାର ସମ୍ଭାବନା ରହିଛି |