ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ଲକ୍ଷ ଟପିଲା

154

କଟକ (ଟକଳ ନ୍ୟୁଜ) କରୋନା ମହାମାରୀ ଭାରତରେ ଦ୍ରୁତ ଗତିରେ ତାର କାୟା ବିସ୍ତାର କରିଚାଲିଛି | ବୁଢ଼ାବର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ଲକ୍ଷ ଅତିକ୍ରମ କରିଛି | ମାତ୍ର ୧୦ ଦିନ ଭିତରେ ୪୦ ଲକ୍ଷ ରୁ ୫୦ ଲକ୍ଷ କୁ ପହଂଚିଛି ଏହି ସଂକ୍ରମଣ | ଅଟେ କମ ଦିନ ଭିତରେ ୧୦ ଲକ୍ଷ ରୋଗୀ ଙ୍କ ବୃଦ୍ଧି ଘଟିବ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରଥମ | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୯୦,୧୨୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦,୨୦,୩୬୦ ରେ ପହଞ୍ଚିଛି | ସେହି ପରି ଗୋଟିଏ ଦିନରେ ୧୨୯୦ ଜଣଙ୍କ ର ମୃତ୍ୟୁ ହୋଇଛି |