ଭାରତ କୁ ୧୦କୋଟି କରୋନା ଟିକା ଦେବ ଋଷ

151

କଟକ (ଉତ୍କଳ ନ୍ୟୁଜ) ଭାରତ କୁ ୧୦କୋଟି କରୋନା ଟୀକା ବିକ୍ରି କରିବ ରସିଆ | ରୁଷ ର ସଭରେନ ୱେଲଥ ଫଣ୍ଡ ଭାରତର ଔଷଧ ପ୍ରସ୍ତୁକରି କମ୍ପାନୀ ଡକ୍ଟର ରେଡ୍ଡୀ କୁ ଏହି ଟୀକା ବିକ୍ରି କରିବାକୁ ସମ୍ମତି ପ୍ରକାଶ କରିଛି | ଏଥିପାଇଁ ରୁଷ ର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ମଧ୍ୟସ୍ଥରେ ବୁଝାମଣା ହୋଇଛି | ଭାରତକୁ ୧୦କୋଟି ଟିଏ ଯୋଗାଇଦେବା ପ୍ରତିବାଦରେ ଡ଼କ୍ଟର ରେଡ୍ଡୀ ୩୦କୋଟି କରୋନା ଟୀକାର ଡୋଜ ପ୍ରସ୍ତୁତ କରିବ | ରୁଷ ର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ କହିଛି ଯେ, ଭାରତ ରେ ସ୍ପୁଟିନିକ -ଭି ପରୀକ୍ଷା ଓ ବଣ୍ଟନ ନିମନ୍ତେ ଡ଼କ୍ଟର ରେଡ୍ଡୀ ଲ୍ୟାବ କୁ ସହଯୋଗୀ ଭାବେ ମନୋନୀତ କରାଯାଇଛି |ଭାରତ ଡ୍ରଗ୍ସ ନିୟନ୍ତ୍ରକ ଙ୍କ ଅନୁମୋଦନ ମିଳିବ ମାତ୍ରେ ଭାରତରେ ଏହି ଟୀକାର ମାନବ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବ |