ଦିଲ୍ଲୀ ଦଙ୍ଗା ମାମଲା ର ମାଷ୍ଟର ମାଇଣ୍ଡ ଉମର ଖାଲୀଦ କୁ ଗିରଫ କରିଛି ଦିଲ୍ଲୀ ପୋଲିସ

129

କଟକ (ଉତ୍କଳ ନ୍ୟୁଜ) ଦିଲ୍ଲୀ ହିଂସା ଘଟଣାରେ ଜବାହାରଲାଲ ନେହୁରୁ ୟୁନିଭର୍ସିଟି ର ପୂର୍ବତନ ଛାତ୍ର ଉମର ଖାଲୀଦ କୁ ଦିଲ୍ଲୀ ପୋଲିସ ର ସ୍ପେସାଲ ସେଲ ରବିବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି | ରବିବାର ରାତି ପ୍ରାୟ ୧୧ଟା ରୁ ୧ଟା ପର୍ଯ୍ୟନ୍ତ ଉମରଙ୍କୁ ପଚରାଉଚରା କରିବ ପରେ ତାଙ୍କୁ ଗିରଫ କରାଯାଇଥିଲା | ଗତ ମାର୍ଚ୍ଚ ୬ରୁ ତାଙ୍କ ବିରୋଧରେ ପୋଲିସ ଏଫଆଇଆର ଦାଖଲ କରି ତଦନ୍ତ ଚଳାଇଥିଲା | ଦିଲ୍ଲୀ ହିଂସା ରେ ଲୋକଙ୍କୁ ଉତ୍ତେଜିତର କରିବା ଓ ଭଙ୍ଗାରୁଜା ଘଟଣା ରେ ଉମରଙ୍କୁ ଗିରଫ କରାଯାଇଛି | ପ୍ରକାଶ ଥାଉକି, ଦେଶଦ୍ରୋହୀ ବ୍ୟାନ ଦେଇଥିବା ଅଭିଯୋଗରେ ଉମରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ମଧ୍ୟ ଚାଲୁଛି |