ଚୀନ ଟାର୍ଗେଟ ରେ ନବୀନ ଓ ପ୍ରଭାବଶାଳୀ ଭାରତୀୟ ବ୍ୟକ୍ତି ବିଶେଷ

141

କଟକ (ଉତ୍କଳ ନ୍ୟୁଜ) ଚୀନ ଓ ଭାରତ ସେନା ଲଦାଖ ରେ ମୁହାଁ ମୁହିଁ ହେଉଥିବାବେଳେ | ଭାରତ ର ଗୁଇନ୍ଦା ବିଭାଗ ଚୀନର ଆଉ ଏକ ଷଡଯନ୍ତ୍ର ର ଫର୍ଦ୍ଧାଫାସ କରିଛି | ଇଂରାଜୀ ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସ ରେ ପ୍ରକାଶିତ ରିପୋର୍ଟ ଅନୁଯାଇ, ଚୀନ ର ଝେହୁଆ ଡେ ଟା ଇନ୍ଫୋରମେସନ ଟେକ୍ନୋଲୋଜି କମ୍ପାନୀ ର ଭାରତ ର ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଥିବା ବ୍ୟକ୍ତି ବିଶେଷଙ୍କ ପର୍ଶନଲ ଡେଟା ହ୍ୟାକ କରିବା ସହିତ ଏହାକୁ ଚୀନର ଗୁଇନ୍ଦା ସଂସ୍ଥା ସହିତ ସେୟାର କରୁଛି | ଯେଉଁ ମାନଙ୍କ ଡାଟା ଟ୍ରାକ କରିଛି ଝେନହୁଅ | ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଙ୍କ ସହିତ ବିଭନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି | ଚୀନ ଭାରତର ୧୦,୦୦୦ ରୁ ଉର୍ଧ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ଗୁଇନ୍ଦାଗିରି କରୁଛି |