କରୋନା ସଂକ୍ରମଣରେ ଆମେରିକାକୁ ଟପିଯାଇପାରେ ଭାରତ !

138

କଟକ (ଉତ୍କଳ ନିଉଜ଼) ଭାରତରେ ପ୍ରତିଦିନ କରୋନା ମହାମାରୀ ପ୍ରଚଣ୍ଡ ବେଗରେ ଗତି କରୁଛି | ଏଭଳି ଯଦି କରୋନା ର ଗତି ରୁହେ ତାହେଲେ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ଭାରତରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୭୦ ଲକ୍ଷରେ ପହଂଚିବ | ଫଳରେ ଆମେରିକାକୁ ପଛରେ ପକାଇ ଭାରତ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବ | ହାଇଦ୍ରାବାଦ ର ବିଟସ (ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ସାଇନ୍ସ ) ଗବେଷକଙ୍କ ଏକ ଟିମ ଏଭଳି ଆଶଙ୍କା ପ୍ରକାଶ କରିଛି | ଭାରତରେ ଏବେ ପ୍ରତିଦିନ ୯୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଠାବ ହେଉଛନ୍ତି | ଏହି ସମୟରେ ଆମେରିକାରେ ମୋଟ ଅଙ୍କ୍ରାନ୍ତ ଙ୍କ ସଂଖ୍ୟା ୬୫ ଲକ୍ଷରୁ ଅଧିକ ରହିଛି |