ଚୀନ ଛାତ୍ରଛାତ୍ରୀ ଙ୍କ ଭିସା ପ୍ରତ୍ୟାହାର କଲା ଆମେରିକା

161

କଟକ (ଉତ୍କଳ ନ୍ୟୁଜ) ଆମେରିକା ପ୍ରଶାସନ ଚୀନର ୧ହଜାରୁ ଅଧିକ ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରିଦେଇଛି | ଯେଉଁ ଛାତ୍ରଛାତ୍ରୀ ଙ୍କ ଭିସା ବାତିଲ ହୋଇଛି | ସେମାନଙ୍କ ମଧ୍ୟରେ ସ୍ନାତକ ଏବଂ ଗବେଷଣା ଛାତ୍ର ରହିଛନ୍ତି | ଏହି ପରିପ୍ରକ୍ଷରେ ଆମେରିକା ର କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡ଼ ୱଲ୍ଫ କହିଛନ୍ତି ଯେ ଆମେରିକା ଚୀନ ର ଗୁପ୍ତଚର ବିଭାଗ କିମ୍ବା ପିପୁଲସ ଲିବରେସନ ଆର୍ମି ସହ ଜଡିତ ଚୀନର ଶିକ୍ଷାନୁଷ୍ଠାନ ଗୁଡିକର ସ୍ନାତକ ଛାତ୍ର ଏବଂ ଗବେଷଣଙ୍କ ପାଇଁ ଭିସା ବାତିଲ କରିବା ର ଏକମାସ ପୁରୁଣା ପ୍ରସ୍ତାବ ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଛି | କାରଣ ସେମାନେ ଗୁପ୍ତ ତଥ୍ୟ ଚୋରି କରିବା ଭଳି ବିପଦ ସୃଷ୍ଟି କରିପାରନ୍ତି |