ବିଧିବଦ୍ଧ ଭାବେ ବାୟୁସେନା ରେ ସାମିଲ ହେଲା ଶକ୍ତିଶାଳୀ ରାଫେଲ ବିମାନ

167

କଟକ (ଉତ୍କଳ ନ୍ୟୂଜ଼) ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ରାଫେଲ | ଅମ୍ବାଲାରେ ବାୟୁସେନାର ୧୭ ସ୍କ୍ୱାଡ୍ରନ ଗୋଲଡେନ ଏରୋଜ ରେ ସାମିଲ ହେଲା ଏହି ଶକ୍ତିଶାଳୀ ଯୁଦ୍ଧ ବିମାନ | ଯୁଦ୍ଧ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଏହି ସ୍ଥାନରେ ରାଫେଲ ବିମାନ ମୁତୟନ କରାଯାଇଛି | ସର୍ଵଧର୍ମ ପୂଜାର୍ଚ୍ଚନ ପରେ ବାୟୁସେନାରେ ସାମିଲ ହୋଇଛି ଏହି ବିମାନଟି | ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସେନାର ଶକ୍ତି ବଢାଇବ ଫ୍ରାନ୍ସ ଲଢୁଆ ବିମାନ| ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘବର୍ଷ ର ଅନ୍ତ ଘଟିଲା | ଚୀନ ଓ ପାକିସ୍ତାନ କୁ କଡା ଜବାବ ଦେବ ଏହି ଫାଇଟର ବିମାନ | ସୂଚନା ଥାଉକି, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପ୍ରଲେ ଙ୍କ ଉପସ୍ଥିତିରେ ବାୟୁସେନାରେ ସାମିଲ ହୋଇଛି ରାଫେଲ ଯୁଦ୍ଧ ବିମାନ |