ଲଦାଖ ସୀମାରେ ଘନୀଭୂତ ହେଲାଣି ଯୁଦ୍ଧ ପରିସ୍ଥିତି

162

କଟକ (ଉତ୍କଳ ନିଉଜ଼) ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ହୋଇପାରେ ଯୁଦ୍ଧ | ଗାଲୱାନ ଘଟି ସଂଘର୍ଷ ପରେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସେନା ମୁହଁ ମୁହିଁ ହୋଇଛନ୍ତି | ପରିସ୍ଥିତି କୁ ଦେଖି ଚୀନ ସେନା ସୀମାନ୍ତ ବର୍ତ୍ତୀ ଅଂଚଳରେ ବହୁ ସଂଖ୍ୟକ ସୈନ୍ୟ ଠୁଳ କରିବ ସହ ବହୁମାତ୍ରା ରେ ସାମରିକ ଉପକରଣ ମଧ୍ୟ ସଞ୍ଚୟ କରି ରଖିଛି | ସ୍ଥିତି ଏଭଳି ହୋଇଛି ଯେ ୨ଦେଶର ସେନା ଭିତରେ ଯେକୌଣସି ମୁହୂର୍ତ୍ତ ରେ ଯୁଦ୍ଧ ଲାଗିପାରେ ବୋଲି ଆଶଙ୍କା କରାଯାଉଛି | ମଙ୍ଗଳବାର ଉଭୟ ଦେଶ ପରସ୍ପର ଉପରେ ଗୁଳିଚାଳନା ଅଭିଯୋଗ କରିଥିଲେ | ଏହା ପରଠାରୁ ସୀମାରେ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଛି |