ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮ଲକ୍ଷ ୮୧ହଜାର ପାର କରିଛି |

150

କଟକ (ଉତ୍କଳ ନିଉଜ଼) ବିଶ୍ୱରେ କରୋନା ମହାମାରୀ ପ୍ରଚଣ୍ଡ ବେଗରେ ମାଡି ଚାଲିଛି | ଏବେ ବିଶ୍ୱରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୨କୋଟି ୬୯ଲକ୍ଷ ୨୩ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୧ହଜାର ପାର କରିଛି | ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ୫,୭୯୪ ଜଣଙ୍କ ମୃତ୍ୟୁ ଘଟିଛି | ଅପର ପକ୍ଷରେ ୧କୋଟି ୯୦ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିକିତ୍ସ ପରେ ସୁସ୍ଥ ହୋଇଛନ୍ତି |