ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁକରବର୍ଗ ଦମ୍ପତି ଦାନ କଲେ ୩୦୦ ନିୟୁତ ଡ଼ଲାର

150

କଟକ (ଉତ୍କଳ ନିଉଜ଼) ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ତାଙ୍କ ପତ୍ନୀ ପ୍ରିସକିଲା ଚାନ | ଉଭୟ ଆମେରିକା ନାଗରିକମାନେ କିପରି ସୁରୁଖୁରୁରେ ଭୋଟ ଦେଇପାରିବେ ସେଥିପାଇଁ ମଙ୍ଗଳବାର ୩୦୦ ନିୟୁତ ଡ଼ଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି | ଦି ସେଣ୍ଟର ଫର ଟେକ ଆଣ୍ଡ ସିଭିକ ଲାଇଫ ଓ ସେଣ୍ଟର ଫର ଇଲେକ୍ସନ ଇନୋଵେଶନ ନାମକ ଦୁଇଟି ଏନଜିଓ ଏନେଇ ସୂଚନା ଦେଇଛନ୍ତି |