କୁଳଭୂଷଣ ପାଇଁ ଓକିଲ ନିଯୁକ୍ତ କରିବ ଭାରତ

135

କଟକ (ଉତ୍କଳ ନିଉଜ଼) ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ରେ ମୃତ୍ୟୁ ଦଣ୍ଡ ଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ିବାକୁ ଭାରତ ଓକିଲ ନୁଯୁକ୍ତି କରିବ | ଭାରତ କୁ ଏହି ସୁଯୋଗ ଦେବାକୁ ଇସଲାମବାଦ ହାଇକୋର୍ଟ ଆଜି କହିଛନ୍ତି | ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ପାକିସ୍ତାନ ସହ ସମ୍ପର୍କ ରେ କୂଟନୈତିକ ଚ୍ୟାନେଲ ଜରିଆରେ କଥାବାର୍ତ୍ତା ଜାରି ରହିଛି | ସୂଚନା ଅନୁସାରେ କୁଳଭୂଷଣ ପାଇଁ ଏକ ଓକିଲ ନିଯୁକ୍ତି କରିବା ଅନୁମତି ଦେବା ପାଇଁ ଗତମାସ ଭାରତ ସରକାର ପାକିସ୍ତାନ କୁ କହିଥିଲା |