ଆତ୍ମନିର୍ଭର ଅଭିଯାନ ଭାରତ ବିଶ୍ୱରେ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବ: ମୋଦୀ

162

କଟକ (ଉତ୍କଳ ନିଉଜ଼) ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ପରି ଏକ ବଡ଼ ବିପଦ ର ସମ୍ମୁଖୀନ ହେଉଛି | ଏହା ଅନେକ କ୍ଷେତ୍ର କୁ ପ୍ରଭାବିତ କରିଥିଲେ ମଧ୍ୟ ୧୩୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷୀ କୁ ଦୁର୍ବଳ କରିପାରି ନାହିଁ | ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଏକ ମାନବ କେନ୍ଦ୍ରିକ ବିକାଶ ଆଭିମୁଖ୍ୟ ଆବଶ୍ୟକ କରେ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି | ଭାରତ ଓ ଆମେରିକା ଷ୍ଟ୍ରାଟେଜିକ ପାର୍ଟନରସିପ ଫୋରମରେ ୩ୟ ବାର୍ଷିକ ଲିଡରସିପ ସମିଟି ଅବସରରେ ଆତ୍ମନିର୍ଭର ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଏହାର ଅର୍ଥ ଆତ୍ମକେନ୍ଦ୍ରିକ ନୁହେଁ, ବରଂ ଭାରତକୁ ସମଗ୍ର ବିଶ୍ୱରେ ଏକ ସପ୍ଲାଇଚେନ କ୍ଷେତ୍ରରେ ଏକ ପ୍ରମୁଖ ଅଂଶଦାର କରିବା | ଆତ୍ମନିର୍ଭର ଭାରତ ସ୍ଥାନୀୟ ସହ ଗ୍ଲୋବାଲ ବା ସମଗ୍ର ବିଶ୍ୱକୁ ଯୋଡ଼ିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି |