ଧରାପଡ଼ିଲେ ୧୨ଜଣ ନକଲି ଶିକ୍ଷକ

157

କଟକ (ଉତ୍କଳ ନିଉଜ଼) କେନ୍ଦୁଝର ଜିଲ୍ଲାରେ ଧରାପଡ଼ିଲେ ୧୨ ଜଣ ବିଇଡି ଡିଗ୍ରିଧାରୀ ନକଲି ଶିକ୍ଷକ | ମିଳିଥିବା ସୂଚନା ଅନୁସାରେ ନକଲି ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ଜଣ ଚୁକ୍ତି ଭିତ୍ତିକ ଶିକ୍ଷକ ଧରା ପଡିଛନ୍ତି | ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକ ର ମାନ୍ୟତା ପାଇଥାଆନ୍ତି | ଏହି ଅନୁସାରେ ଶିକ୍ଷକ ମାନଙ୍କର ପ୍ରମାଣ ପତ୍ର ଯାଞ୍ଚ ହେଥିବା ସମୟରେ ୧୨ଜଣ ଶିକ୍ଷକ ଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି | ୧୨ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ଥିବା ବେଳେ ଆଉ ୮ ଜଣ ପୁରୁଷ ଶିକ୍ଷକ ରହିଛନ୍ତି |