ପିଏମ କେୟାର୍ସ ପାଣ୍ଠି ୫ ଦିନରେ ସଂଗ୍ରହ କରିଛି ୩୦୬୭ କୋଟି

153

କଟକ (ଉତ୍କଳ ନିଉଜ଼) କରୋନା ମହାମାରୀ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପିଏମ କେୟାର୍ସ ପାଣ୍ଠି ଗଠନ କରାଯାଇଥିଲା | ମାର୍ଚ୍ଚ ୨୭ ତାରିଖରେ ଗଠନ କରାଯାଇଥିବା ଏହି ପାଣ୍ଠି କୁ ୫ ଦିନ ମଧ୍ୟରେ ୩୦୬୭କୋଟି ଟଙ୍କା ସାହାଯ୍ୟ ଆକାରରେ ମିଳିଛି | ପିଏମ କେୟାର୍ସ ୱେବସାଇଟ ରେ ଜାରି କରାଯାଇଥିବା ଏହାର ଅଡିଟ ରିପୋର୍ଟରେ ଆଃ ଉଲ୍ଲେଖ ଅଛି | ଏହି ଟଙ୍କା ଉଭୟ ଦେଶ ଓ ବିଦେଶ ରୁ ଦାନ ଆକାରରେ ଆସିଥିଲା | ବିଦେଶରୁ କେବଳ ୩୯.୬ଲକ୍ଷ ଟଙ୍କା ଦାନ ମିଳିଥିଲା | ଦେଶ ମଧ୍ୟରୁ ଏହି ପାଣ୍ଠିକୁ ୩୦୭୫ କୋଟି ଟଙ୍କା ଦାନ କରାଯାଇଛି ବୋଲି ଉଲ୍ଲେଖ ହୋଇଛି | ୨.୨୫ଲକ୍ଷ ଟଙ୍କା ସହ ଏହି ପାଣ୍ଠିର ସ୍ଥାପନା କାର୍ଯ୍ୟଇଥିଲା |