ପବଜି ଗେମ ସହିତ ୧୧୮ଟି ଚାଇନିଜ ଆପ ବ୍ୟାନ କଲେ ଭାରତ ସରକାର

129

କଟକ (ଉତ୍କଳ ନିଉଜ଼) ଭାରତ ପୁଣି ଚୀନର ଅର୍ଥନୀତି ଉପରେ କରିଛି ଡିଜିଟାଲ ଷ୍ଟ୍ରାଇକ | ଲାଦଖ ରେ ବାରମ୍ବାର ଆସନ୍ତି ସୃଷ୍ଟି କରୁଥିବା ଚାଇନା କୁ ଲାଗିଛି ପୁଣି ଏକ ବଡ଼ ଝଟକା | ଆଜି କେନ୍ଦ୍ର ସରକାର ଲୋକପ୍ରିୟ ମୋବାଇଲ ଗେମିଙ୍ଗ ଆପ ପବଜି ସମେତ ୧୧୮ଟି ଚୀନି ଆପ ଉପରେ କଟକଣା ଲଗାଇଛନ୍ତି | ଏଥିସହିତ ମୋଟ ୨୨୪ଟି ଚାଇନିଜ ଆପ କୁ ଦେଶର ବ୍ୟାନ କରାଯାଇଛି | ଏହି ଆପ ଜରିଆରେ ଭାରତ ରୁ ବିପୁଳ ମାତ୍ର ରେ ଅର୍ଥ ନେଉଥିଲା ଚାଇନିଜ କମ୍ପାନୀ | ପ୍ରକାଶ ଥାଉକି, ଜୁନ ୧୫ରେ ଲଦାଖର ଗଲୱାନ ଘାଟିରେ ଚୀନ ସେନାର ବର୍ବର କାଣ୍ଡ ଯୋଗୁଁ ୨୦ ଭାରତୀୟ ଯବାନ ସହିଦ ହେବ ପରଠାରୁ ଚାଇନିଜ ଆପଗୁଡ଼ିକ ଉପରେ ଭାରତର ଆକ୍ରମଣ ଜାରି ରହିଛି |