ବିଶ୍ୱରେ ଦିନକରେ ୨.୪୫ ଲକ୍ଷ ନୂଆ କରୋନା ଆକ୍ରାନ୍ତ

156

କଟକ (ଉତ୍କଳ ନିଉଜ଼) କରୋନା ମହାମାରୀ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୨ଲକ୍ଷ ୪୫ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ବିଶ୍ୱରେ ଏପର୍ଯ୍ୟନ୍ତ ୨କୋଟି ୫୭ଲକ୍ଷ ୩୪ହଜାର ଲୋକ କରୋନା ଭାଇରସ ର ଶିକାର ହୋଇଥିବା ବେଳେ ୮ଲକ୍ଷ ୫୬ହଜାର ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି | ଅନ୍ୟପଟେ ରେ ୧କୋଟି ୮୦ଲକ୍ଷ ୧୭ହଜାରୁ ଅଧିକ ଲୋକ ଏହି ମହାମାରୀରୁ ମୁକୁଳିଲେଣି | ସବୁଠାରୁ ଅଧିକ ଆମେରିକା ଦେଶ ପ୍ରଭାବିତ ହୋଇଛି | ଏହି ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୬୨ଲକ୍ଷ ରୁ ଅଧିକ ଅଛି | ସେଥିମଧ୍ୟରୁ ୧ଲକ୍ଷ ୮୭ହଜାର ୯୨୭ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି |