୧୯ କିଲୋ ହାତୀ ଦାନ୍ତ ଜବତ କଲା ବନବିଭାଗ

165

କଟକ (ଉତ୍କଳ ନିଉଜ଼) କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ବ୍ୟାପକ ଗାଁ ନିକଟରୁ ଜବତ ହେଲା ୧୯ କିଲୋ ଓଜନର ହାତୀ ଦାନ୍ତ | ଗତ ରାତିରେ ଆନନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି | ଏହି ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ତାହାର ତଦନ୍ତ ଆରମ୍ଭ କରିଛି ବନବିଭାଗ | ପ୍ରକାଶ ଥାଉକି ଏକ କାରରେ ହାତୀ ଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡ଼ିଏଫଓ ଙ୍କ ନେତୃତ୍ୱରେ ବନବିଭାଗ ଟିମ ଉକ୍ତ ଗାଡିର ପିଛା କରି ତାକୁ କାବୁ କରିବାରେ ସଫଳ ହେଲେ | ଜବତ ହାତୀ ଦାନ୍ତ ର ବଜାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ |