ସେପ୍ଟେମ୍ବର ୩୦ତାରିଖ ଯାଏ ଅନ୍ତର୍ଜାତୀୟ ଉଡାଣ ବନ୍ଦ

144

କଟକ (ଉତ୍କଳ ନିଉଜ଼) ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସେପ୍ଟେମ୍ବର ୩୦ ଯାଏ ବାତିଲ କରିଦେଇଛି | କାରଣ ମାମଲା ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବା ବେଳେ ଅନ୍ତର୍ଜାତୀୟ ଉଡାଣ ଉପରେ କଟକଣାକୁ ସମ୍ପ୍ରସାରଣ କରାଯାଇଥିବା ଡିଜିସିଏ ପ୍ରକାଶ କରିଛନ୍ତି | ତେବେ କାର୍ଗୋ ବିମାନ ଏବଂ ଡିଜି ସି ଏ ଦ୍ୱାରା ସ୍ୱତନ୍ତ୍ର ଭାବେ ଅନୁମତି ପାଇଥିବା ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ |