ପୋଲିସ ଏ ଏସ ଆଇଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ

166

କଟକ (ଉତ୍କଳ ନିଉଜ଼) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜେପୁର ଜିଲ୍ଲାରେ ମାଓବାଦୀ ମାନେ ଜଣେ ପୋଲିସ ଏ ଏସ ଆଇ ଙ୍କୁ ଅପହରଣ କରି ହତ୍ୟାକରିଥିବା ଜଣାପଡିଛି | ସୂଚନା ଥାଉକି ଏ ଏସ ଆଇ ନାଗେୟା କର୍ସ ଛୁଟିରେ ନିଜ ଗ୍ରାମକୁ ଯାଇଥିଲେ | ଗତକାଲି ସେ ଛୁଟି ସରିବାପରେ ଗୁନ୍ତୁର ଥାନାକୁ ଚାକିରୀରେ ଯୋଗଦାନ ଦେବାକୁ ଆସୁଥିବାବେଳେ ତାଙ୍କୁ ମାଓବାଦୀ ମାନେ ବାଟରୁ ଉଠାଇନେଇଥିଲେ | ଆଜି ସକାଳୁ ତାଙ୍କୁ ତେନ୍ତୁଲନାର ଗାଁ ନିକଟରେ ଗୁଳି କରି ହତ୍ୟା କରିଚାଲିଯାଇଥିଲେ | ଖବର ପାଇ ପୋଲିସ ଟିମ ପହଞ୍ଚି ଶବ ଜବତ କରି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପେରସନ ଚଳାଇଛନ୍ତି |