ଦେଶରେ ଟେଲିକମ ରାଜସ୍ଵ ୧୫% ବଢିବ |

153

କଟକ (ଉତ୍କଳ ନିଉଜ଼) ଚଳିତ ଆର୍ଥିକବର୍ଷ ଦେଶର ଟେଲିକମ ରାଜସ୍ୱ ୧୪ରୁ ୧୫% ବୃଦ୍ଧି ପାଇବ | ୟୁଜର ପିଛା ହାରାହାରି ରାଜସ୍ୱ ବଢିବା ଯୋଗୁ ଏହା ହେବ ବୋଲି ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ ଆକଳନ କରିଛି | ୟୁଜର ସଂଖ୍ୟା ସ୍ଥିର ରହିପାରେ | କିନ୍ତୁ ୟୁଜର ପିଛା ରାଜସ୍ୱ ବୃଦ୍ଧି ପାଇବ | ଏହାର ସକାରାତ୍ମକ ପ୍ରଭାବ ହାରାହାରି ରାଜସ୍ୱ ଉପରେ ପଡିବ ବୋଲି ସିଓଏଆଇ ନବନିଯୁକ୍ତ ମହାନିର୍ଦ୍ଦେଶକ ଏସ. ପି. କୋଚର ପ୍ରକାଶ କରିଛନ୍ତି |