ଭାରତୀୟ ଯୁଦ୍ଧ ଜାହାଜ ଏବେ ଦକ୍ଷିଣ ଚୀନ ସାଗରରେ ନିୟୋଜିତ

169

କଟକ (ଉତ୍କଳ ନିଉଜ଼) ପୂର୍ବ ଲଦାଖ ରେ ଗତ ଜୁନ ୧୫ ତାରିଖରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାର ଦୁଇମାସ ପରେ ବିବାଦୀୟ ସାଉଥ ଚାଇନା ସାଗରର ଅଞ୍ଚଳକୁ ଭାରତ ଏକ ଯୁଦ୍ଧ ଜାହାଜ ପଠାଇଛି | ସରକାରୀ ସୂତ୍ର ଅନୁସାରେ ଏହି ସୂଚନା ମିଳିଛି | ଭାରତୀୟ ଯୁଦ୍ଧ ଜାହାଜ ସେଠାରେ ପୂର୍ବରୁ ନିୟୋଜିତ ଥିବା ଆମେରିକୀୟ ଯୁଦ୍ଧ ଜାହାଜ ସହିତ ମିଶି କାର୍ଯ୍ୟ କରିବ | ଭାରତ ର ଏଭଳି ପଦକ୍ଷେପ ଚୀନକୁ କ୍ଷୁବ୍ଧ କରିଛି |