ନିଲମ୍ବିତ ହେବେ ଭ୍ରଷ୍ଟ ଓ ଅଯୋଗ୍ୟ ସରକାରୀ କର୍ମଚାରୀ

148

କଟକ (ଉତ୍କଳ ନିଉଜ଼) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସରକାର ଭ୍ରଷ୍ଟ ଓ ଅଯୋଗ୍ୟ ସରକାରୀ କର୍ମଚାରୀ ଙ୍କ ଉପରେ ଏବେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି | ଏଭଳି ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି | ସେଥିପାଇଁ ଏଭଳି କର୍ମଚାରୀଙ୍କୁ ଚିନ୍ହଟ କରିବା ସହ ସେମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ସବୁ ବିଭାଗ କୁ ନିର୍ଦେଶ ଦିଆଯାଇଛି | ସୂଚନା ଅନୁସାରେ ମୋଦି ସରକାର ସରକାରୀ କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ଚାହିଁଛନ୍ତି | ଏଥିପାଇଁ ଆବଶ୍ୟକ ଦିଶା ନିର୍ଦ୍ଧେଶ ଜାରି କରିଛନ୍ତି | ଯେଉଁ କର୍ମଚାରୀ ଦୁର୍ନୀତିରେ ଲିପ୍ତ ଅଛନ୍ତି ଓ କାର୍ଯ୍ୟ କରିବାପାଇଁ ଆଦୌ ଯୋଗ୍ୟ ନୁହନ୍ତି ସେମାନଙ୍କ ଉପରେ ଯାଞ୍ଚ କରାଯିବ |