୨୬କୋଟି ପିଲା ଯାଇପାରିବେନି ସ୍କୁଲ

145

କଟକ (ଉତ୍କଳ ନିଉଜ଼) କରୋନା ସଂକ୍ରମଣ ଯୋଗୁ ଗତ ୫ ମାସ ହେଲା ବିଶ୍ୱର ଅଧିକାଂଶ ଦେଶରେ ସ୍କୁଲ, କଲେଜ ବନ୍ଧ ରହିଛି | ଭାରତ ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏଗୁଡ଼ିକୁ ବନ୍ଧ ଟାଖିବାକୁ ନିଷ୍ପତ୍ତି ନେଇଛନ୍ତି | ହେଲେ ସବୁ ରାଜ୍ୟ ଅଲଗା ଅଲଗା ତାରିଖ ମାଗୁଛନ୍ତି | ସେପଟେ ମହାରାଷ୍ଟ୍ର ସରକାର ୨୦୨୧ ରେ ଜାନୁଆରୀ ରେ ସ୍କୁଲ, କଲେଜ ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି | ଓଡିଶା ସରକାର ମଧ୍ୟ ଦଶହରା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଧ ରଖିବାକୁ କେନ୍ଦ୍ର କୁ କହିଛନ୍ତି | କରୋନା ଭାଇରସ ପ୍ରଭାବ ରେ ଶିକ୍ଷା କୁ ନେଇ ୟୁନେସ୍କୋ ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା | ଯେଉଁଥିରେ କୁହାଯାଇଥିଲା ଯେ କରୋନା ଯୋଗୁ ବିଶ୍ୱରେ ପାଖାପାଖି ୧କୋଟି ପିଲା କଦାପି ସ୍କୁଲ ଯାଇପାରିବେ ନାହିଁ | ଏକ ରିପୋର୍ଟ ଅନୁସାରେ କରୋନା ପୂର୍ବରୁ ବିଶ୍ୱରେ ୨୫କୋଟି ପିଲା ଶିକ୍ଷା ରୁ ବଞ୍ଚିତ ଥିଲେ | ସେହି ଦୃଷ୍ଟିରୁ ମୋଟ ୨୬କୋଟି ପିଲା ଏବେ ସ୍କୁଲ ଯିବା ସ୍ଥିତିରେ ଆଦୌ ନାହାନ୍ତି ବୋଲି କୁହାଯାଉଛି |