ଆଗ୍ରାହାଟ ସୋସାଇଟି ରେ ଦିଆ ଯାଉଥିବା ୟୁରିଆ ସାର ବଜାରରେ ଅଧିକ ମୂଲ୍ୟରେ ବିକ୍ରି |

193

କଟକ(ଉତ୍କଳ ନିଉଜ ) ଆଗ୍ରାହାଟ ପଂଚାୟତ ରେ ଚାଷୀ ମାନଙ୍କ ପାଇଁ ଯୋଗେଇ ଦିଆଯାଉଥିବା ସାର ଖୋଲା ବଜାରରେ ଅଧିକ ଦାମ ରେ ବିକ୍ରି କରା ଯାଉଛି | ଏପରି ଅଭିଯୋଗ କରିଛନ୍ତି ଆଗ୍ରାହାଟ ଗ୍ରାମର ଚାଷୀ ମାନେ ଘଟଣା ରୁ ପ୍ରକାଶ ଯେ ସୋସାଇଟି ର ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ଦେହ ଖରାପ ଥିବାରୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତି ସୋସାଇଟି ରେ ଚାଷୀ ମାନଙ୍କୁ ସାର ଯୋଗାଇ ଦିଆଯାଉଛି |ସେଇ ସାର ପକେଟ ର ମୂଲ୍ୟ ୨୭୦ ଟଙ୍କା ହୋଇଥିବା ବେଳେ କିଛି କଲା ବଜାରୀ ଲୋକ ଏହାକୁ ବଜାର ରେ ୪୦୦ ଟଙ୍କା ରେ ବିକ୍ରି କରୁଛନ୍ତି |ପ୍ରକୃତ ଚାଷୀ ମାନେ ଏହି ସାର ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି |ଏହାର ବିଧିବଦ୍ଧ ଭାବେ ତଦନ୍ତ କରା ଯାଇ ସୋସାଇଟି ମାଧ୍ୟମରେ ସମସ୍ତ ଚାଷୀ ଙ୍କୁ ସାର ଯୋଗେଇଦେବାକୁ ଦାବି କରିଛନ୍ତି ଗ୍ରାମ ବାସି |