ଜାମ୍ମୁ-କାଶ୍ମୀର ରେ ୪ ଆତଙ୍କବାଦୀ ନିହତ

133

କଟକ (ଉତ୍କଳ ନିଉଜ଼) ଜାମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ହୋଇଥିବା ଏକ ଏନକାଉଣ୍ଟର ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ଜିଲ୍ଲାର କିଲୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ର ଖବର ପାଇଁ ସୁରକ୍ଷାକର୍ମୀ ସେଇ ଅଂଚଳକୁ ଚାରିପଟରୁ ଘେରି ତଲାସୀ ଅଭିଯାନ ଚାଲିଥିଲେ | ସେଠାରେ ଲୁଚିଥିବା ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀ ଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ | ସେନା ର ଜବାବି କାର୍ଯ୍ୟନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ | ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ଜଣାପଡିଛି | ଜଣେ ଅଲ ବଦର ଆତଙ୍କବାଦୀ ସଂଗଠନ ର ଜିଲ୍ଲା କମାଣ୍ଡର ସକୁର ପାରେ ଏବଂ ଅନ୍ୟ ଜଣେ ହେଲା ସୁହେଲ ଭଟ୍ଟ ବୋଲି ଜଣା ପଡିଛି |