ଦକ୍ଷିଣ ଚୀନ ସାଗରରେ ବଢ଼ିଲାଣି ଯୁଦ୍ଧ ର ଅଶଙ୍କା

141

କଟକ (ଉତ୍କଳ ନିଉଜ଼) ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ର ପରିସ୍ଥିତି ସୃଷ୍ଟି ହେଲାଣି | ଆମେରିକୀୟ ଡ୍ରନ ସୀମାକୁ ବାରମ୍ବାର ପଶିବା ଦ୍ୱାରା ଚୀନ ଏହାର ଜବାବ ଦେଇଛି | ଦକ୍ଷିଣ ଚୀନ ସାଗରକୁ ଲାଗ ଲାଗ ଦୁଇଟି କ୍ୟାରିୟର କିଲର ମିସାଇଲ ଦାଗିବା ଏବେ ଉତ୍ତେଜନା ର କାରଣ ପାଲଟିଛି | ଏହି କ୍ଷେତ୍ରରେ ଚୀନ କୁ ଉସକେଇବା ଆମେରିକା ର ମୁଖ୍ୟ ଉଦ୍ଧେଶ୍ୟ ଥିବା ବେଳେ ଚୀନ କ୍ଷେପଣାସ୍ତ୍ର ମାଡ଼ କରି ସିଧା ଧମକ ଦେଇଛି | ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ଖବର ଅନୁସାରେ ଚୀନ ନୌସେନା ହେନାନ ଓ ପାରସେଲ ଦ୍ୱିପ ମଝିକୁ ୨ଟି ଡିଏଫ ୨୬-ବି ଓ ଡି ଏଫ ୨୧-ଡି ମିସାଇଲ ମାଡ଼ କରିଛି | ତେଣୁ ଏହି ପରିସ୍ଥିତି ଯୁଦ୍ଧ ଆଡକୁ ମୁହାଉଁଛି ବୋଲି ଆଶଙ୍କା ଲାଗୁଛି |