ଚାଇନା ର ୨୪ଟି କମ୍ପାନୀ କୁ କଳା ତାଲିକାଭୁକ୍ତ କଲା ଆମେରିକା

144

କଟକ (ଉତ୍କଳ ନିଉଜ଼) ଚାଇନା କୁ ଆଉ ଏକ ବଡ଼ ଝଟକା ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା | ଦକ୍ଷିଣ ଚାଇନା ସାଗରର ବିବାଦୀୟ ଜଳରେ କୃତ୍ରିମ ଦ୍ଵୀପ ନିର୍ମାଣ କରିବ ପାଇଁ କିଛି ଚାଇନିଜ କମ୍ପାନୀ କାମ କରୁଥିଲେ | ଏହି କମ୍ପାନୀ ମାନଙ୍କ ମଧ୍ୟରୁ ୨୪ଟି କମ୍ପାନୀ ଓ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଆମେରିକା ବୁଧବାର ବ୍ୟାନ ଲଗାଇଛି | ଏ ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି | ଏହି ୨୪ଟି ରାଷ୍ଟ୍ରୟତ୍ତ ସଂସ୍ଥା ମଧ୍ୟରେ ଚାଇନା କମ୍ୟୁନିକେସନ କନଷ୍ଟ୍ରକସନ କମ୍ପାନୀ, ଟେଲିକମ ସଂସ୍ଥା, ଓ ଚାଇନା ଶୀପବିଲଡିଂ ଗ୍ରୁପ ର ଗୋଟିଏ ୟୁନିଟ ରହିଥିବା ଜଣାପଡିଛି |