ଦେଶରେ ଦିନକରେ ୭୫ହଜାର ଆକ୍ରାନ୍ତ

164

କଟକ (ଉତ୍କଳ ନିଉଜ଼) ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି | ଗୁରୁବାର ଦେଶରେ ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛି | ପ୍ରଥମଥର ପାଇଁ ଗୋଟିଏ ଦିନରେ ୭୫,୦୦୦ ରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବିକ ଦିନକରେ ୭୫,୭୬୦ ନୂଆ ରୋଗୀ ଚିହ୍ନଟ ହେବ ସହ ଦେଶର ମୋଟ ସଂକ୍ରାମିତଙ୍କ ସଂଖ୍ୟା ୩୩,୧୦,୨୩୪ ରେ ପହଞ୍ଚିଛି | ଗତ ୨୪ ଘଣ୍ଟାରେ ୧୦୨୩ ଜଣ କରୋନା ରେ ପ୍ରାଣ ହରାଇବା ସହ ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୬୦,୪୭୨ରେ ପହଞ୍ଚିଛି |