ଫ୍ରାନ୍ସ ରେ ପୁଣି ମୁଣ୍ଡ ଟେକୁଛି କରୋନା ଭାଇରସ

136

କଟକ (ଉତ୍କଳ ନିଉଜ଼) ଫ୍ରାନ୍ସ ରେ ପୁଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି | ଗତକାଲି ୫,୪୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ଼କଥା ହେଉଛି ଏହି ମାମଲା ସେହି ଅଞ୍ଚଳରୁ ଆସିଛି ଯେଉଁଠାରେ ଦ୍ୱିତୀୟ ଥର ପାଇଁ ଲକଡାଉନ କଟକଣା ହଟାଯାଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ସୂଚନା ଅନୁସାରେ ଏପ୍ରିଲ ମାସ ପରେ କିଛି ଅଞ୍ଚଳରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଫ୍ରାନ୍ସ ରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୫୩ହଜାର ରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ୩୦,୫୪୪ଜଣଙ୍କ ମୃତ୍ୟୁ ହୋଇଛି |