୨୫% ଖସିପାରେ ଦେଶର ଜିଡିପି

164

କଟକ (ଉତ୍କଳ ନିଉଜ଼) ଚଳିତ ଆର୍ଥିକବର୍ଷ ର ଦ୍ୱିତୀୟ ତ୍ରୟମାସ ରେ ଦେଶର ମୋଟ ଘୋରାଇ ଉତ୍ପାଦ (ଜିଡିପି ) ୨୫% ସଙ୍କୁଚିତ ହୋଇପାରେ | ରେଟିଙ୍ଗ ଏଜେନସି ଇକ୍ରା ପକ୍ଷରୁ ଏହି ଅନୁମାନ କରାଯାଇଛି | ଵିନିର୍ମାଣ ଏବଂ ସେବା କ୍ଷେତ୍ର ର ଦୁର୍ବଳ ପ୍ରଦର୍ଶନ ସହ କରୋନା ମୁକାବିଲା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବ୍ୟୟ ବୃଦ୍ଧି ଯୋଗୁ ବିତ୍ତିୟ ସମସ୍ୟା ସୃଷ୍ଟି କରିବ | ଅର୍ଥନୀତିରେ ବୃହତ ହ୍ରାସ ପାଇବ ବୋଲି ଏଜେନସି କହିଛି | ଵିନିର୍ମାଣ, ହୋଟେଲ, ପରିବହନ, ପେଟ୍ରୋଲ, ଯୋଗାଯୋଗ ଆଦି କ୍ଷେତ୍ର ର ହ୍ରାସ ଯୋଗୁ ହାରାହାରି ଅର୍ଥନୈତିକ ପ୍ରଦର୍ଶନ ଦୁର୍ବଳ ରହିଥିଲା | ଅର୍ଥନୀତିରେ ଏହି କ୍ଷେତ୍ରଗୁଡିକ ର ଯୋଗଦାନ ପ୍ରାୟ ୪୫% |