ପାକିସ୍ତାନ ଟାର୍ଗେଟରେ ସେନା ପ୍ରତିଷ୍ଠାନ

166

କଟକ (ଉତ୍କଳ ନିଉଜ଼) ଜାମ୍ମୁ -କାଶ୍ମୀରରେ ଥିବା ସେନା ପ୍ରତିଷ୍ଠାନ ଉପରେ ଡ୍ରନ ସହାୟତରେ ପାକିସ୍ତାନ ବୋମା ପକାଇବାକୁ ଯୋଜନା କରୁଛି | ବିଶେଷକରି ଅନ୍ତର୍ଜାତୀୟ ସୀମାରେ ଥିବା ଆର. ଏସ ପୁରା ଓ ସାମ୍ବା ସେକଟରରେ ଏଭଳି ଘଟଣା ଭିଆଇବାର ସମ୍ଭାବନା ରହିଛି | ଏଥିସହ ପାକିସ୍ତାନ ର ଗୁଇନ୍ଦା ସଂସ୍ଥା ଆଇଏସଆଇ ଡ୍ରନ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିଶାଦ୍ରବ୍ୟ ପଠାଇବାକୁ ଯୋଜନା କରୁଛି | ଆଜି ଏଭଳି ସୂଚନା ଦେଇଛି ବିଏସଏଫ | ତେଣୁ ସୀମାରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି |